ପାରୋଲକୁ ନେଇ ଉଠିଲା ପ୍ରଶ୍ନ: ପୁଣି ଜେଲ ଯାଇପାରନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ:ବଲିଉଡର ଚର୍ଚ୍ଚିତ ଅଭିନେତା ସଞ୍ଜୟ ଦତ୍ତ ଓ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ଖବର। ସଞ୍ଜୟ ଦତ୍ତ ପୁଣି ଯାଇପାରନ୍ତି ଜେଲ୍। ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯଦି କୋର୍ଟକୁ ଲାଗୁଛି ଯେ ସଞ୍ଜୟଙ୍କୁ ପାରୋଲ ଦିଆଯାଇ ନିୟମର ଅବହେଳା ହୋଇଛି ତେବେ କୋର୍ଟ ସଞ୍ଜୟଙ୍କୁ ପୁଣିଥରେ ଜେଲ ପଠାଇପାରିବେ। କିଛିଦିନ ପୂର୍ବେ ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ଯେ ୫୭ ବର୍ଷିୟ ସଞ୍ଜୟ ଦତ୍ତଙ୍କୁ ତାଙ୍କର ୫ ବର୍ଷ ଦଣ୍ଡାଦେଶ ପୂର୍ବରୁ କିପରି ଛାଡିଦିଆଗଲା ଓ କାହିଁକି। ମୁମ୍ବାଇ ସିରିୟଲ ବିସ୍ଫୋରଣ ପରେ ସଞ୍ଜୟ ଦତ୍ତଙ୍କ ଠାରୁ ଅବୈଧ ହତିଆର ମିଳିଥିବା ଅଭିଯୋଗରେ ୬ବର୍ଷ ଦଣ୍ଡାଦେଶ ମିଳିଥିଲା। ହେଲେ ତାଙ୍କର ଭଲ ବ୍ୟବହାର ପାଇଁ ଦଣ୍ଡାଦେଶ ପୁରା ହେବା ୮ମାସ ପୂର୍ବରୁ ହିଁ ଛାଡିଦିଆଯାଇଥିଲା। ତେବେ ଜଜ୍ ସଞ୍ଜୟଙ୍କର ଭଲ ବ୍ୟବହାରର କାରଣକୁ ବିସ୍ତାରରେ ବତାଇବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି।

ଏପଟେ ବମ୍ବେ ହାଇକୋର୍ଟର ଜଜ୍ ଜେଲ ଅଧିକାରିଙ୍କୁ ପ୍ରଶ୍ନ କରିଥିଲେ ଯେ ସେ କିପରି ଜାଣିଲେ ଯେ ସଞ୍ଜୟଙ୍କ ବ୍ୟବହାର ଭଲ ଥିଲା ବୋଲି। ଯେତେବେଳେ କି ସେ ପାରୋଲରେ ଅଧା ଟାଇମ ଜେଲରୁ ବାହାରେ ଥିଲେ। ତେବେ ଆଜି ରାଜ୍ୟ ସରକାରଙ୍କ ଓକିଲ ଏକ ବୟାନରେ କହିଛନ୍ତି ଯେ ଯଦି ନିୟମର ଅବହେଳା ହୋଇଥିବ ତେବେ ସରକାର ସଂଞ୍ଜୟଙ୍କୁ ପୁଣି ଥରେ ଜେଲ୍ ପଠାଇ ପାରିବେ।