୧୪ ବର୍ଷ ପିଲାର ୨୨ ଲିଟର ରକ୍ତ ପିଇଗଲେ ଜିଆ

ଆଜିକାଲି ଏମିତି ସବୁ ରୋଗ ହେଉଛି ଯାହା ଚିହ୍ନିବା ଜାଣିବା କଷ୍ଟ ହୋଇ ପଡୁଛି। ଖବର ଆସିଛି ଜଣେ ୧୪ ବର୍ଷର ପିଲାକୁ ଦୁଇବର୍ଷ ହେବ ଏକ ବଡ଼ ରୋଗ ହୋଇଛି। ଏହି ରୋଗ କାରଣରୁ ବାରମ୍ବାର ପିଲାର ହିମୋଗ୍ଲୋବିନ୍‌ର ମାତ୍ରା କମିଯାଉଥିଲା। ବାରମ୍ବାର ରକ୍ତ ଦେବାକୁ ପଡୁଥିଲା। କାରଣ କ’ଣ ଜଣା ପଡୁ ନଥିଲା। ଅନେକ ପରୀକ୍ଷା ପରେ ବି କିଛି ଜଣାପଡ଼ି ନଥିଲା। ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏହା ଭାବି ରକ୍ତ ଯାଉଛି କୁଆଡ଼େ। ଦୁଇ ବର୍ଷରେ ୨୨ ଲିଟର ରକ୍ତ ଦେହରୁ ଚାଲିଯାଇଥିଲା। ଶେଷରେ ଦିଲ୍ଲୀର ଗଙ୍ଗାରାମ୍‌ ହସ୍ପିଟାଲର  ଡାକ୍ତର କ୍ୟାପ୍‌ସୁଲ ଏଣ୍ଡୋସ୍କୋପି କରିବାକୁ ନିଷ୍ପତ୍ତି ନେଲେ।

hookwormsକ୍ୟାପସୁଲ ଏଣ୍ଡୋସ୍କୋପି ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ପରେ ଯେଉଁ କଥା ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପିଲାର ପେଟ ଭିତରେ ହଜାର ହଜାର ଜିଆ ଥିଲା। ଯେଉଁମାନେ ଲଗାତାର ଭାବେ ରକ୍ତ ଶୋଷୁଥିଲେ। ଗଙ୍ଗାରାମ ହସ୍ପିଟାଲର ଗ୍ୟାଷ୍ଟୋଲୋଜି ବିଭାଗର ପ୍ରମୁଖ ଡାକ୍ତର ଅନୀଲ ଅରୋଡ଼ା କହିଛନ୍ତି, ଏହି କାରଣରୁ ପିଲାର ହିମୋଗ୍ଲୋବିନ ହ୍ରାସ ପାଇ ୫.୮୬କୁ ଆସି ଯାଇଥିଲା। ବାସ୍ତବରେ ଏହା ୧୩.୫ ଓ ୧୭.୫ ରହିବା ଦରକାର। ତା’ପରେ ଔଷଧ ଦେଇ ଏଥିରୁ ମୁକ୍ତି ମିଳିଥିଲା।

ରୋଗ ହେବାର କାରଣ: ସାଧାରଣତ ଏହି ରୋଗ ଅପରିଷ୍କାର ପାଣି ପିଇବା ଦ୍ୱାରା ହିଁ ହୋଇଥାଏ।

pill-camxକ୍ୟାପସୁଲ ଏଣ୍ଡୋସ୍କୋପି: କ୍ୟାପସୁଲ ଏଣ୍ଡୋସ୍କୋପି ହେଉଛି ଡାକ୍ତର ଡ୍ରାଓନ୍‌ କ୍ୟାମେରା। କ୍ୟାପସୁଲରେ ଏକ ୱାୟରଲେସ୍‌ କ୍ୟାମେରା ପେଟରେ ଛାଡ଼ି ଦିଆଯାଏ। ଏହି କ୍ୟାମେରା ପେଟ ଭିତରର ଫଟୋ ଉଠାଇଥାଏ। ବ୍ୟାଟେରୀ ସରିବା ପର୍ଯ୍ୟନ୍ତ ପାଖାପାଖି ୭୦ରୁ ୭୫ ହଜାର ଫଟୋ ଉଠାଇଥାଏ। ପରେ ତାକୁ ଆଣି ଡାକ୍ତରମାନେ କମ୍ପ୍ୟୁଟରରେ ଦେଖିଥାଆନ୍ତି ଡାକ୍ତର।