ମହଙ୍ଗା ପଡ଼ିଲା ଆଗୁଆ ନିର୍ବାଚନ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ମିଳିଲାନି ବହୁମତ

ଇଂଲଣ୍ଡ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଥେରେସା ମେ।  ମେଙ୍କ କଞ୍ଜରଭେଟିଭ୍‌ ପାର୍ଟି ଆଗରେ ଥିଲେ ମଧ୍ୟ ସ୍ପଷ୍ଟ ବହୁମତ ହାସଲ କରିବାରେ ଫେଲ ମାରିଛି। ଫଳରେ ସରକାର ଗଢିବା ଲାଗି କଞ୍ଜରଭେଟିଭ୍‌ ପାର୍ଟିକୁ ଅନ୍ୟ ଦଳଙ୍କ ସହଯୋଗ ଲୋଡିବାକୁ ପଡିବ।  ତେବେ ଲୋକପ୍ରିୟତା ହ୍ରାସ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତଫା ଦେଇପାରନ୍ତି। ବ୍ରେକଜିଟ୍‌ ପରେ ପ୍ରଧାନମନ୍ତ୍ରୀ ଡେଭିଡ୍  କ୍ୟାମେରନ୍ ପଦ ଛାଡିବା ପରେ ମେ ପଦ ସମ୍ଭାଳି ଥିଲେ।

ତେବେ ଜନମତ ସର୍ଭେରେ ପାର୍ଟି ଆଗୁଆ ଥିବାରୁ ତିନି ବର୍ଷ ଆଗରୁ ମେ ନିର୍ବାଚନ କରାଇଥିଲେ। ଅନ୍ୟପକ୍ଷରେ ଝୁଲା ସଂସଦ ସୃଷ୍ଟି ହେବା ପରେ ବ୍ରିଟେନ୍‌ରେ ରାଜନୈତିକ ଅନିଶ୍ଚିତତା ବଢିଯାଇଛି।