ପରାକ୍ରମୀ ‘ଜେମ୍‌ସ ବଣ୍ଡ’ କର୍କଟ ପାଖରେ ପରାହତ: ରୋଜର୍‌ ମୋରେଙ୍କ ପରଲୋକ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍ ଫିଲ୍ମ ସିରିଜ୍‌ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିବା ରୋଜର୍‌ ମୋରେଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।  ବ୍ରିଟିସ୍‌ କଳାକାର ରୋଜର୍‌ ବହୁଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ‘ଜେମ୍‌ସବଣ୍ଡ’ ଚରିତ୍ରରେ ପରାକ୍ରମୀ  ଅଭିନୟ କରିଥିବା ଏହି ଷ୍ଟାର ଜଣକ ଶେଷରେ କିନ୍ତୁ   କର୍କଟ ପାଖରେ  ହାର ମାନିଯାଇଛନ୍ତି। ସୁଇଜରଲାଣ୍ଡରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ଶେଷ ଇଛା ଅନୁଯାୟୀ  ଶେଷକୃତ୍ୟ ମୋନାକୋରେ ହେବ ବୋଲି  ଜଣାପଡ଼ିଛି। ଚର୍ଚ୍ଚିତ ଗୁପ୍ତଚର ଜେମ୍ସ ବଣ୍ଡଙ୍କ ଜୀବନି ଉପରେ ପର୍ଯ୍ୟବେଷିତ ହୋଇଥିବା ୭ଟି ମୁଭିରେ ସେ ଦମଦାର ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ। ୧୯୭୩ରୁ ୧୯୮୫ ମଧ୍ୟରେ  ଏହି ୭ଟି ସିନେମାରେ ସେ ଅଭିନୟ କରିଥିଲେ।  ଏହି ମୁଭି ଗୁଡ଼ିକ ମଧ୍ୟରେ ‘ଲାଇଭ୍‌ ଆଣ୍ଡ ଲେଟ୍‌ ଡାଏ, ଦି ମେନ୍‌ ଓଇଥ୍‌ ଗୋଲ୍ଡେନ୍‌ ଗନ୍‌, ଦି ସ୍ପାଏ ହୋ ଲଭଡ୍‌ ମି, ଫର୍‌ ୟର ଆୟିଜ୍‌ ଅନ୍‌ଲି’ ‌ଆଦି ରହିଛି।    ରୋଜର ମୋରେ  ୧୯୨୭ ମସିହା ଅକ୍ଟୋବର ୧୪ରେ ଜନ୍ମ ଗ୍ରହଣ କରିଥିଲେ।