ନିଆରା ରାଖୀ ଉପହାର; ଭଉଣୀଙ୍କୁ ଭାଇ ଦେଲେ ‘ଟଏଲେଟ୍‌’

ଲକ୍ଷ୍ମୌ: ରାଖୀ ପୂର୍ଣ୍ଣମୀରେ ଭାଇ ତା ଭଉଣୀଙ୍କୁ କିଛି ନା କିଛି ଉପହାର ଦେଇଥାଏ। ଉପହାରରେ ଭାଇମାନେ ପୋଷାକ, ଗହଣା ଓ ଗାଡ଼ି ଦେଉଥିବା ଆପଣମାନେ ଶୁଣିଥିବେ କିମ୍ୱା ଦେଖିଥିବେ।  କିନ୍ତୁ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ରୁଦ୍ରଗଡ଼ନାଶି ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ  ଭଉଣୀଙ୍କୁ ରାଖୀ ଅବସରରେ ଏକ ନିଆରା ଉପହାର ପ୍ରଦାନ କରିଛନ୍ତି। ଘରେ ଟଏଲେଟ୍  ନ ଥିବା କାରଣରୁ ତାଙ୍କ ଭଉଣୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ତେଣୁ  ସେ ତାଙ୍କ ଭଉଣୀଙ୍କୁ ଏକ ଟଏଲେଟ୍‌ ଉପହାର ଦେଇଛନ୍ତି।

ଟଏଲେଟ୍ ଉପହାର ଦେଇଥିବା ଭାଇ କହିଛନ୍ତି,“ ଘରେ ଟଏଲେଟ୍‌ ନ ଥିବାରୁ ମୋ ଭଉଣୀକୁ ଅସୁବିଧା ଭୋଗିବାକୁ ପଡୁଥିଲା। ଫଳରେ ମୁଁ ତାର ଅସୁବିଧା ଦେଖି ପାରୁ ନଥିଲି।” ସେ ଏହି ଟଏଲେଟ୍‌ ନାଁ ରାଖୀ ଶୌଚାଳୟ ରଖିଛନ୍ତି।