ଚଉଠି ରାତିରେ ନବ ବିବାହିତା ଜାଣିଲେ ସ୍ୱାମୀ…

ହିସାର: ବାସର ଶେଜ ଉପରେ ସ୍ୱାମୀ ଆଉ ସ୍ତ୍ରୀ। ହେଲେ ଜମାବି ମହକୁ ନ ଥାଏ ରାତି। କାରଣଟି ହେଉଛି ମହିଳା ଜଣଙ୍କ ଆଗରେ ସ୍ୱାମୀଙ୍କ ଅସଲ ଗୁମର ଖୋଲିଯାଇଥାଏ। ବାହାରେ ଛିଡା ହୋଇଥାନ୍ତି, ନବବିବାହିତାଙ୍କ ଶାଶୂ, ଯାଆ ଆଉ ଦେଢଶୁର। ଆଉ ପରିବାର ଲୋକଙ୍କ ଏକା ଜିଦ୍‌ ସ୍ୱାମୀ ନୁହେଁ ବୋହୂ ଆଜି ରାତି ଦେଢଶୁର ସହ ବିତାଇବ।

ଏମିତି ଅଜବ ଯୁକ୍ତି କରୁଥାନ୍ତି ମହିଳାଙ୍କ ଶାଶୂ ଆଉ ଯାଆ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନୂଆ ବାହା ହୋଇ ଆସିଥିବା ମହିଳାଙ୍କ କ୍ଷେତ୍ରରେ ରାତି ଅଧରେ ଘରୁ ବାହାରକୁ ଯିବା ସମ୍ଭବ ହେଉ ନ ଥାଏ।

ଘଟଣାଟି ହେଉଛି ହରିଆଣା ହିସାର ଅଞ୍ଚଳର। ଏହି ଅଞ୍ଚଳର ଜଣେ ମହିଳା ଚଣ୍ଡିଗଡରେ ବିବାହ କରିଥିଲେ। ହେଲେ ଚଉଠି ରାତିରେ ଜଣାପଡିଥିଲା ମହିଳାଙ୍କ ସ୍ୱାମୀ ହେଉଛନ୍ତି ନପୁଂସକ। ଏ କଥା ଜାଣିବା ପରେ ମହିଳାଙ୍କ ମୁଣ୍ଡରେ ସତେ ଯେମିତି ଆକାଶ ଛିଡି ପଡିଥିଲା। ଆଉ ଏତିକିବେଳେ ମହିଳାଙ୍କ ସ୍ୱାମୀ ଏକ ଅଜବ କଥା କହିଥିଲେ। ନିଜ ପତ୍ନୀଙ୍କୁ ବଡ଼ ଭାଇଙ୍କ ଶଯ୍ୟାସଙ୍ଗୀନି ହେବାକୁ ସେ କହିଥିଲେ। ମହିଳା ଜଣକ ଏଭଳି କଥାକୁ ବିରୋଧ କରି ଶାଶୂଙ୍କୁ ଅବଗତ କରିଥିଲେ। ହେଲେ ସେ ମଧ୍ୟ ଦେଢଶୁର ସହ ରାତି ବିତାଇବାକୁ ତାଙ୍କୁ କହିଥିଲେ। ଏହାପରେ ମହିଳା ଜଣକ ନିଜ ଯାଆଙ୍କୁ ଅଭିଯୋଗ କରିଥିଲେ ବି ତାଙ୍କ ସ୍ୱାମୀ ଯଦି ଭାଇବୋହୂ ସହ  ରାତି ବିତାନ୍ତି ତା ହେଲେ ତାଙ୍କର କିଛି ଆପତ୍ତି ନାହିଁ ବୋଲି ସେ କହିଥିଲେ।

ହେଲେ ନବବଧୂ ଜଣକ ଏଥିରେ ରାଜି ନ ହେବାରୁ ତାଙ୍କୁ ମାରପିଟ କରିବା ସହ  ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ ଦେଢ଼ଶୁର। ଏତେ ସବୁ ଅତ୍ୟାଚାର ପରେ ପୀଡ଼ିତା ଥାନାକୁ ଯାଇ ଶାଶୂଘର ଲୋକଙ୍କ ବିରୋଧରେ ଏତଲା ଦେଇଥିଲେ ।