ବିଏସ୍ଏଫ୍ ବିମାନ ଦୁର୍ଘଟଣାର ସହିଦଙ୍କୁ ଦିଲ୍ଲୀରେ ଗାର୍ଡ ଅଫ ଅନର୍

ନୂଆଦିଲ୍ଲୀ: ଦିଲ୍ଲୀ ବିଏସ୍ଏଫ୍ ବିମାନ ଦୁର୍ଘଟଣାରେ ସହିଦ ଓଡ଼ିଆ ଯବାନ କିଶୋର ରାଉତଙ୍କ ସମେତ ୧୦ଜଣ ସହିଦଙ୍କୁ ଦିଲ୍ଲୀ ସଫଦରଜଙ୍ଗ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସହିଦ ଯବାନଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ରାଜନାଥ ସହିଦ ଯବାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।

ବିଏସ୍ଏଫର ସୁପରକିଙ୍ଗ ବିମାନ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୭ ମିନିଟରେ ଅର୍ଦ୍ଧସାମରିକ ବାହିନୀର ଟେକ୍ନିସିଆନଙ୍କୁ ନେଇ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ଥିବା ସମସ୍ତ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।