ଉଧାରକୁ ବଦଳ: ଜଣେ ଭାରତୀୟ ଯବାନଙ୍କ ମୁଣ୍ଡ ବଦଳରେ ୧୦ ପାକିସ୍ତାନୀ ନିପାତ

ଜମ୍ମୁ: ଗତକାଲି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରିବା ଯୋଗୁଁ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ପୂରି ନାହିଁ, ହେଲେ ଭାରତ ଏହାର ଜବାବ ଦେଇ ଦେଇଛି। ଖାଲି ଜବାବ ଦେଇନାହିଁ। ସାମ୍ବା ସେକ୍ଟରରେ ୧୦ ଜଣ ପାକିସ୍ତାନୀ ରେଞ୍ଜରଙ୍କୁ ହତ୍ୟା କରିବା ସହ ପାକିସ୍ତାନର ୪ଟି ଚେକ୍‌ପୋଷ୍ଟକୁ ନଷ୍ଟ କରି ଦେଇଛି।

ବିଏସ୍‌ଏଫ୍‌ର ଜଣେ ଅଧିକାରୀ କହିଛନ୍ତି, “ବିଏସ୍‌ଏଫ୍‌ ଯବାନ ଗତକାଲି ୪ଟି ପାକିସ୍ତାନୀ ଚେକ୍‌ପୋଷ୍ଟ ଚିହ୍ନଟ କରିଥିଲେ। ଚିହ୍ନଟ ପରେ ଏହି ପୋଷ୍ଟଗୁଡିକୁ ଧ୍ୱଂସ କରିଦିଆଯାଇଛି।

ଜଣେ ଆତକଙ୍କବାଦୀ ମୃତ

ସେହିପରି ଘନ କୁହୁଡିର ଫାଇଦା ନେଇ ଆରଏସ୍‌ପୁର ସେକ୍ଟରରେ କିଛି ଆତଙ୍କବାଦୀ ଭାରତୀୟ ସୀମାକୁ ପଶିବାକୁ ଚେଷ୍ଟା କରୁଥିଲେ। ଏହା ଜଣାପଡିବା ମାତ୍ରେ ବିଏସ୍‌ଏଫ୍‌ ଯବାନ ଗୁଳିମାଡ ଆରମ୍ଭ କରିଦେଇଥିଲେ। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଏହାପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।