ଦିନକୁ ୪ ଜିବି:୯୦ ଦିନରେ ୩୬୦ ଜିବି ଡାଟା : ଜାଣନ୍ତୁ କିଏ କାହାକୁ ଟକ୍କର ଦେଉଛି

ନୂଆଦିଲ୍ଲୀ: ରିଲିଆନ୍ସ ଜିଓକୁ ଟକ୍କର ଦେବାକୁ ବିଏସଏନଏଲର ଯୋଜନା। ସୂଲଭ ମୂଲ୍ୟରେ ଅଧିକ ଡାଟା ଦେବାକୁ ବିଏସଏନଏଲ ଯୋଜନା କରିଛି। ଏଥିପାଇଁ ବିଏସଏନଏଲ ଏକ ପ୍ରିପେଡ୍‌ ସେବା ଆଣୁଛି। ଯାହାର ନାଁ ରହିଛି ଚୌକା ୪୪୪। ଏହି ୪୪୪ଟଙ୍କା ରେ ୯୦ ଦିନକୁ(୩ ମାସ) ୩୬୦ ଜିବି ଡାଟା ମିଳିବ। ଏଥିସହ ଦିନକୁ ୪ ଜିବି ଡାଟା ରହିଛି। ଯାହା ଜିଓର ଧନ୍‌ଧନାଧନ୍‌ ଅଫର ଠାରୁ ଅଧିକ ବୋଲି କୁହାଯାଉଛି। ପୂର୍ବରୁ ବିଏସଏନଏଲ ୩୩୩ ଟଙ୍କାରେ ଦିନକୁ ୩ଜିବି ଡାଟା ଦେଉଥିଲା।  ଭାଲିଡିଟି ଥିଲା ୯୦ ଦିନ।