ବିଏସ୍‌ଏନ୍‌ଏଲ୍‌ ଧମାକା: ୧୧୮ ଟଙ୍କାରେ ୨୮ ଦିନ ଡାଟା ସହ କଲ

ନୂଆଦିଲ୍ଲୀ: ଜିଓ ଆସିବା ପରେ ଟେଲିକମ କମ୍ପାନୀ ଗୁଡ଼ିକରେ ଏକ ପ୍ରକାର ‘ଡାଟା’ ଯୁଦ୍ଧ ଆରମ୍ଭ ହୋଇଯାଇଛି। କମ୍ପାନୀଗୁଡ଼ିକ ଟକ୍କର ଦେଇ ଅଫର ପରେ ଅଫର ଦେଇ ଚାଲିଛନ୍ତି। ଏହି ରେସ୍‌ରେ ବିଏସ୍‌ଏନ୍‌ଏଲ୍‌ ବି ପଛରେ ପଡ଼ିଯାଇ ନାହିଁ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ STV-118 ପ୍ଲାନ୍ ନାମରେ ଏକ ଧମାକାଦାର ଅଫର ଆଣିଛି।

ଏହି ପ୍ଲାନ୍‌ ମାଧ୍ୟମରେ ଗ୍ରାହକ ମାତ୍ର ୧୧୮ ଟଙ୍କାରେ ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲ ସହିତ ୧ ଜିବି ୪ଜି ଓ ୩ଜି ଡାଟା ପାଇପାରିବେ। ଏଥିସହିତ ମାଗଣାରେ ରିଂ ଟୋନ୍‌ ରଖିବାର ବି ସୁବିଧା ରହିଛି। ଏହି ଅଫର କେବଳ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଉପଲବ୍‌ଧ ହେବ। ବର୍ତ୍ତମାନ ଏହି ଅଫର ତାମିଲନାଡୁରେ ଉପଲବ୍ଧ ରହିଛି।