ଟ୍ରେନ୍‌ରେ ରହିବ ୱାଇଫାଇ ବ୍ୟବସ୍ଥା ଓ ସିସିଟିଭି

ନୂଆଦିଲ୍ଲୀ: ରେଳ ବଜେଟ୍‌ରେ ଏଥର ରେଳ ଟ୍ରାକ୍ ଉନ୍ନତିକରଣ ଓ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ସବୁ ଟ୍ରେନରେ ଓ୍ୱାଇଫାଇ ଓ ସିସିଟିଭି ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି।

୬୦୦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ। ୩ ହଜାର ୬ ଶହ କିଲୋମିଟର ରେଳ ଟ୍ରାକର ଉନ୍ନତିକରଣ ହେବ। ଗୁଜରାଟ ଭଦୋଦରାରେ ରେଳ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ରହିଥିବା ଜେଟଲୀ କହିଛନ୍ତି। ଏଥିସହ ୨୫ ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଥିବା ଷ୍ଟେସନରେ ଏସକାଲେଟର ଲାଗିବା ପାଇଁ ବଜେଟରେ ପ୍ରସ୍ତାବ ରହିଛି।