ବଜେଟ୍‌ ୨୦୧୮: ଆଦିବାସୀ ପିଲାଙ୍କ ପାଇଁ ଖୋଲିବ ଏକଲବ୍ୟ ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଶିକ୍ଷାର ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି ଯୋଜନା। ଏନେଇ ଆଜି ବଜେଟ୍‌ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଚଳିତବର୍ଷ ବଜେଟ୍‌ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏକଲବ୍ୟ ସ୍କୁଲ ଖୋଲିବା ନେଇ ସେ ଘୋଷଣା କରିଛନ୍ତି। ଏହାସହ ୨୪ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି।

ଜେଟଲୀ କହିଛନ୍ତି, “ପ୍ରତି ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଗୋଟିଏ ମେଡିକାଲ କଲେଜ୍ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି।”

ଶିକ୍ଷକଙ୍କ ମାନ ବୃଦ୍ଧି ଲାଗି ସମନ୍ୱିତ ବିଇଡି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାସହ ପ୍ରଥମ ଥର ପାଇଁ ଦେଶର ବଛା ବଛା ଏକ ହଜାର ବିଟେକ୍ ଛାତ୍ରଛାତ୍ରୀ ପାଇଁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍।