ଜାଣନ୍ତୁ କାହା ଦାମ୍ ବଢ଼ିବ ଓ କ’ଣ ଶସ୍ତା ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ମୋବାଇଲ୍ ଓ ଟେଲିଭିଜନର ଦାମ୍ ବଢ଼ିପାରେ। ସରକାର ଏହି ସବୁ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରି ଦେଇଛନ୍ତି। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲା ବେଳେ ଏହି ସୂଚନା ଦେଇଛନ୍ତି।

ମୋବାଇଲ୍‌, ଟିଭି ବ୍ୟତୀତ ଆଉ କିଛି ଜିନିଷ ଉପରେ ମଧ୍ୟ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଜିନିଷ ମହଙ୍ଗା ହେବ ଓ କେଉଁଗୁଡ଼ିକୁ ଆପଣ ଶସ୍ତାରେ ପାଇପାରିବେ।

ମହଙ୍ଗା ହେବ: ବିଦେଶୀ କାର, ବିଦେଶରୁ ସୁନା ଆଣିବା, ବିଦେଶୀ ସାଇକେଲ, ରେଷ୍ଟୁରାଣ୍ଟରେ ଖାଇବା, ଫୋନ୍ ବିଲ୍, ସିଗାରେଟ୍, ଖଇନି, ପାନ ମସଲା, ବାଇକ୍ ଓ ଫ୍ରିଜ୍

ଶସ୍ତା ହେବ : ଲୁଣ, ସୋଲାର ୟୁନିଟ୍‌, ଜୀବନରକ୍ଷକ ଔଷଧ, ଦିଆସିଲି, ଏଲ୍‌ଇଡି, ଏଚ୍‌ଆଇଭିର ଔଷଧ

ମୋବାଇଲ୍ ଉପରେ ସୀମା ଶୁଳ୍କ ୧୫ ପ୍ରତିଶତରୁ ୨୦ ପ୍ରତିଶକୁ ବଢ଼ାଇ ଦିଆଯାଇଛି। ତେଣୁ ଏହାର ଦାମ୍ ବଢ଼ିବ। ଟିଭିର ଦାମ୍ ପ୍ରାୟ ୫% ବଢ଼ିପାରେ। କାରଣ ଏହା ଉପରେ ବି ସୀମା ଶୁଳ୍କ ବଢ଼ାଇ ଦିଆଯାଇଛି। ସୀମା ଶୁଳ୍କ ବୃଦ୍ଧି ଯୋଗୁଁ ବିଦେଶୀ ଗାଡ଼ି କିଣିବା ପାଇଁ ବି ଆପଣଙ୍କୁ ଅଧିକ ଅର୍ଥ ଦିଆଯିବ। ପାନ ମସଲା ଉପରେ ଉତ୍ପାଦ ଶୁଳ୍କ ୧୦%୧୨%କୁ ବୃଦ୍ଧି କରାଯାଇଛି। ୫୬ ମିଲିମିଟର ଲମ୍ବର ସିଗାରେଟ ପରେ ଉତ୍ପାଦ ଶୁଳ୍କ ଏକ ହଜାର ପ୍ରତି ୨୧୫ ଟଙ୍କାରୁ ୩୧୧ ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଚମଡ଼ା ଜୋତା ଦର ବି ବଢ଼ିପାରେ। ଚମଡ଼ା ଜୋତା ଦର ୫% ପର୍ଯ୍ୟନ୍ତ ବଢ଼ିପାରେ। ଏହା ବ୍ୟତୀତ ଅନ୍ୟାନ ଚମଡ଼ା ତିଆରି ଜିନିଷ ବି ମହଙ୍ଗା ହୋଇପାରେ।