ବଜେଟ୍‌ ୨୦୧୮: ବଢ଼ିଲା ଦେଶ ଓ ରାଜ୍ୟର ପ୍ରଥମ ନାଗରିକଙ୍କ ଦରମା

ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପାଇଛି। ରାଷ୍ଟ୍ରପତିଙ୍କ ମାସିକ ଦରମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପୂର୍ବରୁ ରାଷ୍ଟ୍ରପତିଙ୍କ ଦରମା ଦେଢ଼ ଲକ୍ଷ ଟଙ୍କା ଥିଲା। ସେହିପରି ଉପରାଷ୍ଟ୍ରପତିଙ୍କ ବର୍ତ୍ତମାନ ଦରମା ୧ ଲକ୍ଷ ୨୫ ହଜାର ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ରାଜ୍ୟପାଳମାନଙ୍କ ଦରମା ୧ ଲକ୍ଷ ୧୨ ହଜାର ଟଙ୍କା ଥିଲା। ଏହାକୁ ସାଢେ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତି ୫ ବର୍ଷରେ ସାଂସଦଙ୍କ ଦରମା ସଂଶୋଧନ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଛନ୍ତି।