ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ମୁଖ୍ୟ ପ୍ରସଙ୍ଗ ହେବ ଉତ୍ତରାଖଣ୍ଡ ସଂକଟ

parlliamentନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ବଜେଟ୍ ଅଧିବେଶନର ଏହି ପର୍ଯ୍ୟାୟରେ ଉଭୟ ରାଜ୍ୟସଭା ଓ ଲୋକସଭାର କାର୍ଯ୍ୟରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଓ ରାଜନୈତିକ ସଂକଟର ପ୍ରଭାବ ପଡ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ନେଇ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି।

କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଆନନ୍ଦ ଶର୍ମା ରାଜ୍ୟସଭାରେ ପ୍ରଶ୍ନକାଳ ସ୍ଥଗିତ ରଖିବାକୁ ନୋଟିସ୍ ଦେଇଛନ୍ତି। ଗୃହରେ ଉତ୍ତରାଖଣ୍ଡର ରାଜନୈତିକ ସଂକଟ ଉପରେ ଆଲୋଚନା କରିବାକୁ ଏହି ଦୁଇ ନେତା ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସକାଳ ସାଢ଼େ ୧୧ଟାରେ ଏହି ବୈଠକ ବସିବ। ସବୁ ଦଳର ପ୍ରମୁଖ ନେତାଙ୍କୁ ଏହି ବୈଠକକୁ ଆମନ୍ତ୍ରିତ କରାଯାଇଛି।