ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜିର ଦିନକୁ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଭାବେ ପାଳନ କରାଯାଉଛି।

ଆଜିର ଦିନରେ ଗୌତମ ବୁଦ୍ଧଙ୍କୁ ମହା ନିର୍ବାଣ ଓ ଜ୍ଞାନ ପ୍ରାପ୍ତି ହୋଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।   ଏକବିଂଶ ଶତାବ୍ଦୀରେ ମଧ୍ୟ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗର ଗୁରୁତ୍ୱ ରହିଛି ବୋଲି ମୋଦି ଟ୍ୱିଟ୍ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।