ଭୁଶୁଡ଼ିଲା ଚାରି ମହଲା କୋଠା, ୧୨ ମୃତ

ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଆଜି ଏକ ଚାରି ମହଲା କୋଠା ଭୁଶୁଡି ପଡ଼ିବାରୁ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। କିଛି ଲୋକ ଭଙ୍ଗା କୋଠା ତଳେ ଦାବି ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠା ତଳୁ ୯ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଠାଟି ଭୁଶୁଡ଼ିବା ଶବ୍ଦ ଶୁଣି ଏହାର ଆଖପାଖ ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, କୋଠାଟି ବହୁତ ପୁରୁଣା ଥିଲା। ଲଗାଣ ବର୍ଷା ଯୋଗୁଁ ଆଜି ସକାଳ ପ୍ରାୟ ୧୧ ଟା ସମୟରେ କୋଠାଟି ଭୁଶୁଡି ପଡ଼ିଥିଲା।