ବୁର୍କିନା ଫାଶୋ: ଆତଙ୍କୀ ହମଲାରେ ୨୩ ମୃତ, ୧୫ ଆହତ

ଉଗାଡୁଗୁ: ପଶ୍ଚିମ ଆଫ୍ରିକାର ବୁର୍କିନା ଫାଶୋର ରାଜଧାନୀ ଉଗାଡୁଗୁରେ ଶନିବାର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣରେ ୨୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୨୩ ଜଣ ଲୋକ ହେଉଛନ୍ତି ଭିନ୍ନ ଭିନ୍ନ ୧୮ଟି ଦେଶର। ଆତଙ୍କୀଙ୍କ କବଳରୁ ହୋଟେଲ୍ ଭିତରୁ ୬୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ୪ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସ୍ପେଲଣ୍ଡିଡ୍ ହୋଟେଲ୍ ବାହାରେ ପ୍ରଥମେ ଦୁଇଟି କାର୍ ବୋମା ବିସ୍ଫୋରଣ ହୋଇଥିଲା। ଏହା ପରେ ଚାରି ଜଣ ଆତଙ୍କୀ ହୋଟେଲ୍ ଭିତରେ ପଶି ଥିଲେ।

ଏହି ହୋଟେଲରେ ବିଶେଷ କରି ବିଦେଶୀମାନେ ରହନ୍ତି। ଆକ୍ରମଣ ବେଳେ ସେଠାରେ ଅଧିକାଂଶ ଆମେରିକୀୟ ଥିଲେ।