ନଦୀକୁ ଖସିଲା ବସ୍‌ : ୨୨ ତୀର୍ଥ ଯାତ୍ରୀ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଧରାଶୁ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨୨ ଜଣଙ୍କ ମୃତ୍ୟୁ  ଘଟିଛି। ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର। ବସ୍‌ଟି  ୨୯ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଉତ୍ତରକାଶୀରୁ ଗଙ୍ଗୋତ୍ରୀ  ଯାଉଥିବା ବେଳେ ଧରାଶୁ ନିକଟରେ ଭାଗିରଥୀ ନଦୀରେ ଖସି ପଡ଼ିଥିଲା।

ଏଥିରେ ୭  ଜଣ ଆହତ ହୋଇଛନ୍ତି।  ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ଆଇଟିବିପି ଯବାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ବସ୍‌ଟି ଏବେ ବି ପୋଲରେ ଝୁଲି ରହିଛି।  ମୃତକଙ୍କ ପରିବାର ପିଛା ମଧ୍ୟପ୍ରଦେଶ ସରକାର ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।