ଓଲଟି ପଡିଲା ବସ୍‌, ୨୭ ମୃତ

ପାଟନା: ବିହାରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ୨୭ ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ବିହାରରୁ ନୂଆଦିଲ୍ଲୀ ଯାଉଥିବା ବେଳେ ମୋତିହାର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ୩୦ ଯାତ୍ରୀ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି।