ନଦୀରେ ଖସି ପଡ଼ିଲା ବସ୍‌: ୧୩ ମୃତ, ୨ ଆହତ

ମୁମ୍ବାଇ: ମହାରାଷ୍ଟ୍ରର କୋଲ୍ହାପୁରରେ ଗୋଟିଏ ମିନି ବସ୍ ନଦୀରେ ଖସି ପଡ଼ିବା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କୋଲ୍ହାପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୧୧.୪୫ରେ କୋଲ୍ହାପୁରର ଶିବାଜୀ ବ୍ରିଜ୍‌ ଉପରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟିରେ ମୋଟ ୧୭ ଜଣ ଯାତ୍ରୀ ଥିଲେ। ପୋଲ ଉପରେ ବସ୍‌ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ପଞ୍ଚଗଙ୍ଗା ନଦୀ ଭିତରେ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

ବସ୍‌ଟି ଗଣପତିପୁଲେରୁ ପୁନେ ଯାଉଥିଲା।