ଜୀବନ ନେଲା ବାହୁବଳୀ ଷ୍ଟଣ୍ଟ: ହିରୋକୁ ନକଲ କରି ଝରଣାକୁ ଡେଇଁ ପ୍ରାଣ ହରାଇଲେ ବ୍ୟବସାୟୀ

ମୁମ୍ବାଇ: ଇନ୍ଦ୍ରପଲ ପାଟିଲ ନାମକ ଜଣେ ବ୍ୟବସାୟୀ ବାହୁବଳୀ ଫିଲ୍ମ ଦେଖିବା ପରେ ନିଜକୁ ବାହୁବଳୀ ବୋଲି ଭାବି ଝରଣା ମଧ୍ୟକୁ ଡେଇଁ ପ୍ରାଣ ହରାଇଛନ୍ତି। ୨୦୧୫ରେ ରିଲିଜ ହୋଇଥିବା ବାହୁବଳୀ ଫିଲ୍ମରୁ ପ୍ରେରିତ ହୋଇ ମୁମ୍ବାଇର ଏହି ବ୍ୟବସାୟୀ ଜଣକ ନିଜେ ଏଭଳି ଷ୍ଟଣ୍ଟ କରିବାକୁ ଚାହିଁଥିଲେ। ସେ ଗତ ସପ୍ତାହରେ ମହୁଲିଫୋର୍ଟ ଝରଣା ଦେଖିବାକୁ ସାହାପୁର ଯାଇଥିଲେ। ବାହୁବଳୀ ଫିଲ୍ମରେ ହିରୋ ଥିବା ପ୍ରଭାସ ଚଳଚିତ୍ରରେ ଯେଉଁଭଳି ଝରଣାକୁ ଲମ୍ଫ ପ୍ରଦାନ କରିଥିଲେ ଠିକ ସେହିଭଳି ଏହି ବ୍ୟବସାୟୀ ଜଣକ ନିଜେ ଏଭଳି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ। ଯାହା ତାଙ୍କ ଜୀବନ ନେଇଗଲା। ପୋଲିସ ମଧ୍ୟ ତଦନ୍ତ କରିବା ପରେ କହିଛି ଯେ ଇନ୍ଦ୍ରପଲ ପାଟିଲ ବାହୁବଳୀ ଫିଲ୍ମ ପରି ନିଜେ ଏଭଳି ଷ୍ଟଣ୍ଟ କରିବା ପାଇଁ ଚେଷ୍ଟା କରି ନିଜ ଜୀବନ ହରାଇଛନ୍ତି।