ଭାରତରେ ଭାଇରାଲ୍‌ ହେଉଛି କାନାଡା ପ୍ରଧାନମନ୍ତ୍ରୀଙ୍କ ପୁଅଙ୍କ ଫଟୋ, କାରଣ ସେ ଦିଶୁଛନ୍ତି…

ନୂଆଦିଲ୍ଲୀ: ୭ ଦିନିଆ ଭାରତ ଗସ୍ତରେ ଆସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ପତ୍ନୀ ଓ ତିନି ପିଲା ମଧ୍ୟ ଭାରତ ଆସିଛନ୍ତି। ଏ ଅବସରରେ ପିଲାମାନେ ବେଶ୍ ମଜା ଉଠାଇଥିବା ଦେଖିବାକୁ ମିଳୁଛି। ସବୁଠାରୁ ଚର୍ଚ୍ଚାରେ ଅଛନ୍ତି କାନାଡା ପ୍ରଧାନମନ୍ତ୍ରୀଙ୍କ ୩ ବର୍ଷର ପୁଅ ହୋଡ୍ରିୟନ୍। ହୋଡ୍ରିୟନ୍ ଯେତେବେଳେ ବିମାନବନ୍ଦରରୁ ତାଙ୍କ ବାପା, ମାଆ ଓ ବଡ଼ ଭାଇ ଏବଂ ଭଉଣୀଙ୍କ ସହ ବାହାରକୁ ଆସିଥିଲେ। ଏହି ସମୟରେ ଫଟୋଗ୍ରାଫର୍‌ ତାଙ୍କର କିଛି ଫଟୋ ଉଠାଇଥିଲେ। ସେ ହାତରେ ଫୁଲ ଗୁଚ୍ଛ ଧରି ଚାଲି ଚାଲି ଆସୁଥିବା ଫଟୋକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ଏହି ଫଟୋକୁ ଟ୍ୱିଟରରେ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। କିଛି ଲୋକ ହୋଡ୍ରିୟନଙ୍କ କ୍ୟୁଟ୍‌ନେସ୍‌କୁ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କ ସହ ତୁଳନା କରିଛନ୍ତି।

ଗତ ରବିବାର କାନାଡା ପ୍ରଧାନମନ୍ତ୍ରୀଙ୍କ ସପରିବାର ଆଗ୍ରାର ତାଜମହଲ ବୁଲିବାକୁ ଆସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ହୋଡ୍ରିୟନକୁ ଟେକି ଧରିଥିବା ଫଟୋକୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି।