କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ଜଣେ ମୃତ, ୪ ଆହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ  କାବୁଲର ହମିଦ୍ କରଜାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଥିବା ଏକ କାରରେ ସୋମବାର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆକ୍ରମଣକାରୀ ଜଣେ ବିଦେଶୀ ସୌନ୍ୟକୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲା।

ଆଫଗାନିସ୍ତାନରେ ଏପରି ବିସ୍ଫୋରଣ ବହୁ ଥର ହୋଇଛି। ସୂଚନାଯୋଗ୍ୟ, ଚଳିତ ମାସ ୮ତାରିଖରେ ଆଫଗାନିସ୍ତାନର କଘାଂର ବିମାନ ବନ୍ଦରରେ ୩ ଜଣ ତାଲିବାନ୍ ଯୁବକ ଗୁଳି ଚାଳନା କରିବା ସହ ବୋମା ବିସ୍ଫୋରଣ କରିଥିଲେ।