ବ୍ରେକ୍‌ ବଦଳରେ ଆକ୍ସିଲେଟର ଦବାଇଲେ ଡ୍ରାଇଭର, ଦେଖନ୍ତୁ କ’ଣ ହେଲା

ୱାଶିଂଟନ୍‌: ଆକ୍ସିଲେଟର ଦବାଇଲେ ଗାଡ଼ିର ବେଗ ବଢ଼େ ଓ ବ୍ରେକ୍‌ ଲଗାଇଲେ ଗାଡ଼ିଟି ଅଟକି ଯାଏ। ହେଲେ ଆମେରିକାର ନ୍ୟୁ ଜେରେସିରେ ଜଣେ ମହିଳା ଡ୍ରାଇଭର ତାଙ୍କ କାରର ବ୍ରେକ୍‌ ବଦଳରେ ଆକ୍ସିଲେଟର ଦବାଇ ଦେଇଥିଲେ।

ଫଳରେ ଗାଡ଼ିଟି ସିଧା ଯାଇ ନିକଟସ୍ଥ ହାସକେନସାକ ନଦୀରେ ଗଳି ପଡ଼ିଥିଲା। ହାସକେନସାକ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଘଟଣାର ସିସିଟିଭି ଫୁଟେଜ ଜାରି କରାଯାଇଛି।

କାରଟି କାର୍‌ ୱାଶ୍‌ ସେଣ୍ଟରରୁ ବାହାରୁ ଥିବା ବେଳେ ଏଭଳି ଘଟଣା ଘଟିଛି। ୬୪ ବର୍ଷୀୟ ମହିଳାଙ୍କ ସହ ତାଙ୍କ ଝିଅ ମଧ୍ୟ କାରରେ ବସିଥିଲେ। ହେଲେ ଉଭୟକୁ ସୁରକ୍ଷିତ ଏହା ମଧ୍ୟରୁ ଉଦ୍ଧାର କରାଯାଇଛି।

ଦେଖନ୍ତୁ ଭିଡିଓ

Woman drives into river at New Jersey car wash

A woman in New Jersey got the kind of car wash she was not looking for when she hit the accelerator instead of the brakes at a car wash in Hackensack, sending her SUV plunging into the Hackensack River.http://bit.ly/2Sk2Alc

ABC 13 – WSET यांनी वर पोस्ट केले बुधवार, १७ जुलै, २०१९