ମଙ୍ଗଳ ଗ୍ରହକୁ ହେବି ରକେଟ୍‌ ସହ କାର ପଠାଇଲା ଆମେରିକା, ଜାଣନ୍ତୁ ଏହାର କାମ କ’ଣ

ନୂଆଦିଲ୍ଲୀ: ମହାକାଶରେ କାର୍।  ବିନା କୌଣସି ଚାଳକରେ ପୃଥିବୀ ପୃଷ୍ଟରୁ ବହୁ ଦୂରରେ ଘୁରି ବୁଲିଛି କାର୍ । ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏହା ହେଉଛି ସର୍ବୋତ୍ତମ ଉଦାହରଣା କାରଣ ଆରମ୍ଭ ହୋଇଛି ମଙ୍ଗଳ ମିଶନ୍।  ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ନେଇ ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳ ଗ୍ରହକୁ ଉତ୍‌କ୍ଷେପଣ ଫାଲକନ୍ ହେଭି ରକେଟ୍ । ଆଉ ରକେଟ୍ ସହ ମହାକାଶକୁ ଯାଇଛି ରେଡ୍ ରୋଡଷ୍ଟାର୍ କାର୍।  ଯଦି ଫାଲକନ୍ ହେଭି ରକେଟ୍ ସଫଳ ହୁଏ  ତେବେ ଏହା ସୃଷ୍ଟି କରିବ ଏକ ନୂଆ ରେକର୍ଡ । ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରିବ ମଣିଷ।  ସେଥିପାଇଁ ପରୀକ୍ଷା ସୃରୂପ ମହାକାଶକୁ ପଠାଯାଇଛି ଏହି ରକେଟ୍‌ ।

୨୩୦ ଫୁଟ୍‌ ଲମ୍ବ ଏବଂ ୬୩ ଟନ୍ ଓଜନ ଏହି ରକେଟ୍ ଜରିଆରେ ଆରମ୍ଭ ହୋଇଛି ମିଶନ୍ ମଙ୍ଗଳ। ଆମେରିକାର ଘରୋଇ ସଂସ୍ଥା ସ୍ପେସ୍ ଏକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ସମସ୍ତ ଯୋଜନା । ସ୍ପେଶ ଏକ୍ସ ମାଲିକ ମସ୍କଙ୍କ ଦୀର୍ଘ ଦିନର ପ୍ରୟାସ ପରେ ଆଜି ଏନେଇ ଆରମ୍ଭ ହୋଇଛି ଅପରେସନ୍।  ଆମେରିକାର ଫ୍ଲୋରିଡା ସ୍ଥିତ କେନିଡି ସ୍ପେଶ ସେଣ୍ଟରରୁ ଫାଲକନ୍ ହେଭିକୁ ମଙ୍ଗଳ ପାଇଁ ପଠାଯାଇଛି । ଯେଉଁଥିରେ ପରୀକ୍ଷାମୂଳକ ଭାବେ କାର୍ ସହ ଏକ ଚାଳକକୁ ରଖାଯାଇଛି।

ମହାକାଶରେ ପହଞ୍ଚିବା ପରେ ରକେଟରୁ ଅଲଗା ହୋଇଛି କାର୍।  ଫାଲକନ୍ ହେଭି ରକେଟ୍‌ରେ ରହିଛି ୨୬ଟି ଇଞ୍ଜିନ୍ । ଯାହା ପର୍ଯ୍ୟାୟ କ୍ରମେ ମଙ୍ଗଳ ଗ୍ରହ ଯାଏଁ ରକେଟ୍‌କୁ ପହଞ୍ଚାଇବ। ୨୦୦୬ ମସିହାରେ ପ୍ରଥମ ଥର ପାଇଁ ଫାଲକନ୍‌କୁ ମିଶନ୍ ମଙ୍ଗଳ ପାଇଁ ପ୍ରେରଣ କରାଯାଇଥିଲା।  ତେବେ ତେଲ ଟାଙ୍କିରେ ସମସ୍ୟା ଯୋଗୁଁ ମିଶନ୍ ମଙ୍ଗଳ ବିଫଳ ହୋଇଥିଲା । ବେସରକାରୀ ସଂସ୍ଥା ପକ୍ଷରୁ ଫାଲକନ୍ ହେଭି ହେଉଛି ସବୁଠୁ ବଡ଼ ମିଶନ୍। ଫାଲକନ୍ ହେଭି ଯଦି ମଙ୍ଗଳ ଗ୍ରହରେ ସୁରକ୍ଷିତ ପହଞ୍ଚେ ତେବେ ଏହା ସୃଷ୍ଟି କରିବ ଏକ ନୂତନ ଇତିହାସ।