ବ୍ୟସ୍ତ ହୁଅନ୍ତନି: ଗାଡି କହିବ ଆପଣଙ୍କୁ ହୃଦଘାତ ହେବ କି ନାହିଁ

ହାର୍ଟ ଆର୍ଟାକ ବା ହୃଦଘାତ ଏପରି ଏକ ରୋଗ ଯାହା କୌଣସି ବି ମୁହୂର୍ତ୍ତରେ ମଣିଷକୁ ଆକ୍ରାନ୍ତ କରିଥାଏ। କିଛି କ୍ଷେତ୍ରରେ ହୃଦଘାତ ହୋଇଥିବା ବ୍ୟକ୍ତି କିଛି ମିନିଟ ମଧ୍ୟରେ ମୃତ୍ୟୁବରଣ  କରିଥାଏ। ତେବେ ହୃଦଘାତ ହେବାର କିଛି ସମୟ ମଧ୍ୟରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ମଧ୍ୟ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇ ଯାଇଥାଏ। କିନ୍ତୁ କେବେ ଭାବିଛନ୍ତି ଗାଡି ଚଳାଇବା ବେଳେ ଯଦି ହୃଦଘାତ ହୁଏ ତେବେ ଅବସ୍ଥା କଣ ହେବ। ଏପରି ସ୍ଥଳେ ଗାଡି ଚାଳକଙ୍କର ଜୀବନ ଯିବା ସହ ଗାଡିରେ ବସିଥିବା ଅନ୍ୟ ଲୋକ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ହୋଇ ଯାଇଥାନ୍ତି। ତେବେ ହୃଦଘାତଜନିତ ଦୁର୍ଘଟଣା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଚିଗାନ ବିଶ୍ୱବିଦ୍ୟାଳୟ ଗବେଷକ ଓ କାର ନିର୍ମାତା କମ୍ପାନି ଟୟୋଟା ପ୍ରସ୍ତୁତ କରୁଛନ୍ତି ଏକ ନୂଆ ଡିଭାଇସ୍ । ଏହି ଡିଭାଇସକୁ କାରରେ ଲଗାଇବା ପରେ  ହୃଦଘାତ ହେବା ପୂର୍ବରୁ କାର ଆପଣଙ୍କୁ ସୂଚନା ଦେବ। ଯାହା ଫଳରେ ଠିକ୍ ସମୟରେ ହସ୍ପିଟାଲ ଯାଇ ଚିକିତ୍ସା କରି ପାରିବେ ଆପଣ।

ମେଡ଼ିକାଲ ଇମରଜେନ୍ସି ଯୋଗୁଁ ହୋଇଥାଏ ଅଧିକା ଦୁର୍ଘଟଣା:

ମିଚିଗାନ୍ ବିଶ୍ୱବିଦ୍ୟାଳୟର ଗବେଷକ କେଭିନ ନଜାରିୟନଙ୍କ ଅନୁଯାୟୀ ପୂରା ବିଶ୍ୱରେ ଅଧିକ ଦୁର୍ଘଟଣା ଗାଡି ଚଳାଇବା ବେଳେ ହୋଇଥାଏ। ଏହାର ବଡ କାରଣ ହାର୍ଟ ଆର୍ଟାକ। ତେବେ ଏହି ଟେକ୍ନୋଲୋଜି ବ୍ୟବହାର କରିବା ଫଳରେ କିଛି ମାତ୍ରାରେ ଦୁର୍ଘଟଣାକୁ ରୋକା ଯାଇ ପାରିବ। ଏହି ଡିଭାଇସ୍‌ଟି ଗାଡି ଚଳାଉଥିବା ବେଳେ ଡ୍ରାଇଭରର ଫିଜିକାଲ କଣ୍ଡିସନକୁ ପରଖିଥାଏ ଏବଂ ହାର୍ଟ ଆର୍ଟାକ ହେବ କି ନାହିଁ ସୂଚନା ଦେଇଥାଏ।

କେମିତି କାମ କରେ ଡିଭାଇସ୍:

ନଜାରିୟନଙ୍କ କହିବା ଅନୁସାରେ ଏହି ଡିଭାଇସଟି ଏଲୋଗୋରିଦମ, ପୋଟେନସିଆଲ ସଲ୍ୟୁସନ ଓ ହାର୍ଡଓୟୋର ଅପସନ୍ ଦ୍ୱାରା ଗାଡି ଚାଳକର ଶାରୀରିକ ସ୍ଥିତିକୁ ପରଖିଥାଏ। ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ଡିଭାଇସକୁ ଆହୁରି ଉନ୍ନତ କରିବା ପାଇଁ ହସ୍ପିଟାଲ ଓ ଗାଡି ଚାଳକର ଶାରୀରିକ ସ୍ଥିତିକୁ ପରଖି ସମସ୍ତ ଡାଟାକୁ ଏକତ୍ର କରିଥାଏ ଏବଂ ହୃଦଘାତ ପୂର୍ବରୁ ସୂଚନା ଦେଇଥାଏ।

ଗାଡିଚାଳକର ମୁଣ୍ଡ ଉପରେ ଏହି ହାଇ କ୍ୱାଲିଟ୍ ଡିଭାଇସ୍‌ଟି ଲଗାଯିବ। ଏହି ଡିଭାଇସ୍‌ରେ ଇସିଜି କାଉଣ୍ଟିଙ୍ଗ ଅପଲୋଡ କରାଯାଇଛି ଯାହା ଡ୍ରାଇଭରର ହୃଦୟର ସ୍ଥିତିକୁ ପରଖିବାରେ ସାହାର୍ଯ୍ୟ କରିବ। ୨୦୨୦ ସୁଦ୍ଧା ଏହା ଉପରେ ପରୀକ୍ଷଣ ଶେଷ ହେବ ବୋଲି ସୂଚନା ଦେଇଛିନ୍ତ ନଜାରିୟନ।