ପେଟ୍ରୋଲ ପମ୍ପରେ ଏମିତି ଉପାୟରେ ଠକନ୍ତି, ଏସବୁ କଥା ପ୍ରତି  ଧ୍ୟାନ ଦିଅନ୍ତୁ

ପେଟ୍ରୋଲ ପମ୍ପ ଗୁଡ଼ିକରେ ଗାଡ଼ିରେ ତେଲ ଭରିଲା ବେଳେ ଆମେ ଅନେକ ସମୟରେ ଠକାମିର ଶିକାର ହୁଅନ୍ତି। କାରଣ ସେ ବିଷୟରେ ଆମର କୌଣସି ଧାରଣା ନ ଥାଏ। ସେଥିପାଇଁ ପେଟ୍ରୋଲ ପମ୍ପରେ କର୍ମକର୍ତ୍ତା ଆମକୁ ଠକି ଥାନ୍ତି। ଏଣୁ ପେଟ୍ରୋଲ ପମ୍ପରେ ତେଲ ପକାଇଲା ବେଳେ  ଗୁଡ଼ିଏ କଥାକୁ ଧ୍ୟାନ ଦେବା ନିହାତି ଦରକାର। ନହେଲେ ବାରମ୍ବାର ଠକାମିର ଶିକାର ହେବାକୁ ପଡ଼ିବ। ଏ ସମ୍ପର୍କରେ କେତୋଟି ସତର୍କମୂଳକ କଥା ଆସନ୍ତୁ ଜାଣିବା।

୧- ସର୍ବଦା ଡିଜିଟାଲ୍‌ ମେସିନରୁ ହିଁ ଗାଡ଼ିରେ ପେଟ୍ରୋଲ ଭରନ୍ତୁ।

୨- ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଲା ବେଳେ ପ୍ରଥମେ ମିଟର ରିଡିଂ କେଉଁଠାରୁ ଆରମ୍ଭ ହେଉଛି ତାହା ଚେକ୍‌ କରନ୍ତୁ।

୩- ଯଦି ୧୦,୧୫ କିମ୍ବା ୨୦ ରୁ ମିଟର ରିଡିଂ ଆରମ୍ଭ ହେଉଛି ତାହେଲେ ମେସିନ୍‌ରେ କିଛି ଚଞ୍ଚକତା କରାଯାଇଛି ବୋଲି ସୁନିଶ୍ଚିତ ହୋଇଯାଆନ୍ତୁ।

୪- ମିଟର ସର୍ବଦା ଶୂନ ଠାରୁ ଆରମ୍ଭ ହେବା ଆବଶ୍ୟକ। ନହେଲେ ଅଧିକରୁ ଅଧିକ ୩ରୁ ଆରମ୍ଭ ହେବା ଦରକାର। ଏହାଠାରୁ ଅଧିକ ସଂଖ୍ୟାରୁ ରିଡିଂ ଆରମ୍ଭ ହେଲେ ଆପଣ ଠକାମୀରେ ଶିକାର ହେଉଛନ୍ତି।

୫- ପେଟ୍ରୋଲ ଭରିଲା ବେଳେ ଯଦି ମେସିନ ବାରମ୍ବାର ଅଟକୁଛି ତାହେଲେ ତୁରନ୍ତ ତାହା ଚେକ୍‌ କରନ୍ତୁ।

୬- ଗାଡ଼ିର ଟାଙ୍କି ଖାଲି ହୋଇଗଲେ ସେଥିରେ ବାୟୁ ଭରିଯାଏ। ତେଣୁ ଗାଡ଼ିରେ ରିଜର୍ଭ ପଡ଼ିବ ପୂର୍ବରୁ ହିଁ ପେଟ୍ରୋଲ ଭରନ୍ତୁ।

୭- ପେଟ୍ରୋଲ ଭରିସାରିବା ପରେ ବିଲ୍‌ ମାଗନ୍ତୁ। କାରଣ ଯଦି ପେଟ୍ରୋଲ ପମ୍ପ କର୍ମକର୍ତ୍ତା ଆପଣଙ୍କୁ ଠକିଥାନ୍ତି, ତାହେଲେ ଆପଣ ଏହି ବିଲ୍‌ ସାହାଯ୍ୟରେ ତାଙ୍କ ଉପରେ କେସ୍‌ କରିପାରିବା