ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀଙ୍କ ନାଁରେ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀ ଲତା ଏବେ ଆଇନ୍‌ର ଜାଲରେ। ଏକ ଆଡ୍‌ କମ୍ପାନୀ ଠାରୁ କରଜରେ ଆଣିଥିବା ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ନାଁରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଆଡ୍‌ କମ୍ପାନୀ ଆବେଦନ କରିଛନ୍ତି ଯେ ରଜନୀକାନ୍ତଙ୍କ ପତ୍ନୀ ତାଙ୍କ ଠାରୁ ୧୦ କୋଟି ଟଙ୍କା କରଜ ନେଇ ଆଉ ଫେରସ୍ତ କରିନାହାନ୍ତି। ଏବେ ପର୍ଯ୍ୟନ୍ତ ମାତ୍ର ୧.୫ କୋଟି ଟଙ୍କା ଶୁଝିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କୁ ଜବାବ ମାଗିଛି। ତାଙ୍କୁ ୮.୫ କୋଟି ଟଙ୍କା ଫେରାଇବାକୁ କହିଛନ୍ତି।

ଖବର ମୁତାବକ ଲତା ଫିଲ୍ମ ‘କୋଚାଡାୟାନ୍‌’ ପାଇଁ ଟଙ୍କା କରଜରେ ନେଇଥିଲେ। ସେହି ଫିଲ୍ମରେ ଦୀପିକା ପାଦୁକୋନ୍‌ ଅଭିନୟ କରିଥିଲେ। ଫିଲ୍ମରେ ରଜନୀଙ୍କ ପତ୍ନୀ ଲତା ଗୋଟିଏ ଗୀତ ଗାଇ ଥିଲେ। ଫିଲ୍ମକୁ ତାଙ୍କ ଝିଅ ସୌନ୍ଦର୍ଯ୍ୟା ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ରଜନୀକାନ୍ତ ଏକ ଐତିହାସିକ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ଡବଲ ରୋଲ ଥିଲା। ଦୀପିକାଙ୍କ ଛଡ଼ା ଏହି ଫିଲ୍ମରେ  ଜାକିଶ୍ରଫ୍‌ ଓ ଦକ୍ଷିଣ ଷ୍ଟାର ଶରଥ କୁମାର ଥିଲେ। ଫିଲ୍ମକୁ ବକ୍ସ ଅଫିସ୍‌ରେ ଭଲ ରେସ୍‌ପନ୍ସ ମିଳିନଥିବାରୁ ନିର୍ମାତାଙ୍କୁ ଖୁବ୍‌ କ୍ଷତି ସହିବାକୁ ପଡ଼ିଥିଲା।