ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତୀ ନଟରାଜନଙ୍କ ନାଁରେ ଏତଲା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୟୁପିଏ ସରକାର ବେଳର ଆଉ ଏକ ଘୋଟାଲା ସମ୍ନାକୁ ଆସିଛି। ଅଡୁଆରେ ପୂର୍ବତନ ପରିବେଶ ମନ୍ତ୍ରୀ ଜୟନ୍ତୀ ନଟରାଜନ। ଜୟନ୍ତୀଙ୍କ ନାଁରେ ଏତଲା ଦାଏର କରିଛି ସିବିଆଇ। ଚେନ୍ନାଇ ବାସଭବନରେ ସିବିଆଇ ରେଡ୍ କରିଛି। ଜୟନ୍ତୀଙ୍କ ବିରୋଧରେ ପଦର ଦୁରୁପଯୋଗ କରିବା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ରୁଜୁ କରିଛି ସିବିଆଇ। ୟୁପିଏ ସରକାର ସମୟରେ ୨୦୧୧ରେ ସେ ଜୟରାମ ରମେଶଙ୍କ ସ୍ଥାନରେ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ନେଇଥିଲେ।