ଏନ୍‌ଡିଟିଭି କୋ-ଫାଉଣ୍ଡର ପ୍ରଣୟ ରୟଙ୍କ ଘରେ ସିବିଆଇ ଚଢ଼ାଉ, ପଢ଼ନ୍ତୁ କ’ଣ ରହିଛି ଅଭିଯୋଗ

ଜୟପୁର: ସିବିଆଇ ପକ୍ଷରୁ ଆଜି ଏନ୍‌ଡିଟିଭିର ଯୁଗ୍ମ ପ୍ରତିଷ୍ଠାତା ତଥା ଏକ୍‌ଜିକ୍ୟୁଟିଭ୍‌ କୋ-ଚେୟାରପର୍ସନ ପ୍ରଣୟ ରୟଙ୍କ ଘରେ ଚଢ଼ାଉ କରାଯାଇଛି। ଏକ ଘରୋଇ ବ୍ୟାଙ୍କକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ସିବିଆଇ ପ୍ରଣୟ ରୟ, ତାଙ୍କ ପତ୍ନୀ ରାଧିକ ରୟ ଓ ଏକ ଘରୋଇ କଂପାନୀ ନାଁରେ ମାମଲା ରୁଜୁ କରିଛି।

ଆଇସିଆଇସିଆଇ ବ୍ୟାଙ୍କରୁ ୪୮ କୋଟି ଟଙ୍କା ଋଣ ନେଇ ପରିଶୋଧ ନ କରିବାର ଅଭିଯୋଗ ରହିଛି ପ୍ରଣୟ ରୟଙ୍କ ନାଁରେ। ସେ ଆର୍‌ଆର୍‌ପିଆର୍‌ ନାମକ ଏକ ଘରୋଇ କଂପାନୀ ନାଁରେ ସେ ଲୋନ୍ ନେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏନ୍‌ଡିଟିଭି ପକ୍ଷରୁ କୁହାଯାଇଛି ଯେ ସେହି ପୁରୁଣା ମିଛ ମାମଲରେ ସଂସ୍ଥାକୁ ଓ ପ୍ରଣୟ ରୟଙ୍କୁ ଅସୁବିଧାରେ ପକାଇବା ପାଇଁ ଏହା ଏକ ଉଦ୍ୟମ।