ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଳ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଘରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଚେନ୍ନାଇସ୍ଥିତ ବାସଭବନରେ ଏହି ଚଢ଼ାଉ ଚାଲିଛି। ଉଭୟଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ।

ଆଇଏନଏକ୍ସ ମିଡିଆକୁ  କ୍ଳିୟରାନ୍ସ ଦେବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଗତକାଲି ଆଇଏନଏକ୍ସ ମିଡିଆ ମାମଲାରେ ଏଫଆଇଆର ଦାୟର ପରେ ଏହି ଚଢ଼ାଉ କରାଯାଉଛି।

ୟୁପି ସରକାର ସମୟରେ ପି. ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିଲେ।

ସୌଜନ୍ୟ- ଆଜତକ୍‌