ସିବିଆଇ ରାଜେନ୍ଦ୍ର କୁମାରଙ୍କ ବିରୋଧରେ ମାମଲା ରୁଜୁ ଲାଗି ଚାପ ପକାଇଥିଲା: ଦିଲ୍ଲୀ ଅବକାରୀ ନିରୀକ୍ଷକ

ନୂଆଦିଲ୍ଲୀ: ଅବକାରୀ ବିଭାଗ ଜଣେ ନିରୀକ୍ଷକଙ୍କ ବୟାନ ଏବେ ଦିଲ୍ଲୀ ସରକାର ଓ ସିବିଆଇ ମଧ୍ୟରେ ଚାଲିଥିବା ବିବାଦକୁ ଆହୁରି ବଢାଇ ଦେଇଛି। ନିରୀକ୍ଷକ ଜଣଙ୍କ କହିଛନ୍ତି, ସିବିଆଇ ଅଧିକାରୀ ତାଙ୍କୁ ଆଇଏଏସ୍ ରାଜେନ୍ଦ୍ର କୁମାରଙ୍କ ବିରୋଧରେ ଅଧିକ ମଦ ରଖିବା ନେଇ ମାମଲା ଦାଏର କରିବାକୁ କହିଥିଲେ। ହେଲେ ତାଙ୍କ ବିରୋଧରେ ମାମଲା ଦାଏର କରିବାକୁ କୌଣସି ପ୍ରମାଣ ନ ଥିଲା। ସିବିଆଇ ଅଧିକାରୀଙ୍କ ଚାପରେ ଏପରି କରାଯାଇଥିବା ସେ କହିଛନ୍ତି।

ଏହା ଜଣାପଡିବା ପରେ ଦିଲ୍ଲୀ ସରକାର ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ଦାଏର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସିବିଆଇ ଟିମ୍ ଗତ ମଙ୍ଗଳବାର କେଜ୍ରିୱାଲଙ୍କ ପ୍ରଧାନ ସଚିବଙ୍କ ରାଜେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରେ ଆବଶ୍ୟକଠାରୁ ଅଧିକ ମଦ ରଖାଯାଇଥିବା ନେଇ  ମାମଲା ରୁଜୁ କରାଯାଇଥିଲା।