ଡେରେକ୍‌ ଓ’ବ୍ରାଏନ୍‌ଙ୍କୁ ସିବିଆଇ ସମନ୍‌

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାଏନ୍‌ଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସମନ୍‌ କରିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ ସମନ୍‌ ଜାରି ହୋଇଥିବା ସୂଚନା ମିଳିଛି।

ରାଜ୍ୟସଭା ସାଂସଦ ତଥା ଟିଏମ୍‌ସିର ମୁଖପାତ୍ର ଡେରେକ୍‌ ଅଗଷ୍ଟ ମାସ ପ୍ରଥମ ସପ୍ତାହ ପୂର୍ବରୁ ସିବିଆଇ ଟିମ୍‌କୁ ଭେଟିବାକୁ ଏହି ସମନ୍‌ରେ କୁହାଯାଇଛି। ସିବିଆଇ ଗତ ଜାନୁଆରୀରେ ମଧ୍ୟ ଡେରେକ୍‌ଙ୍କୁ ସମନ୍‌ କରିଥିଲା। କିନ୍ତୁ ସେତେବେଳେ ସେ ଅଧିକ ସମୟ ମାଗିଥିଲେ। ସେତେବଳେ ଶୀତକାଳୀନ ଅଧିବେଶନ ଚାଲିଥିବାରୁ ସେ ସମୟ ମାଗିଥିଲେ।

ଟିଏମ୍‌ସିର ଜାଗୋ ବାଙ୍ଗଲାକୁ କିଛି ଅର୍ଥ କାରବାର ନେଇ ଏହି ପଚରାଉଚରା କରାଯିବ। ଓ’ବ୍ରାଏନ୍‌ ଏହି ପତ୍ରିକାର ପ୍ରକାଶକ ହୋଇଥିବାରୁ ତାଙ୍କୁ ଏଥିପାଇଁ ସମନ୍‌ କରାଯାଇଥିଲା।