ଦ୍ୱିତୀୟ ଥର ସିବିଏସଇ ଦଶମ ଗଣିତ ପରୀକ୍ଷା ହେବନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଏସଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଚଳିତବର୍ଷ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ଆଉଥରେ କରାଯିବ ନାହିଁ। ଏନେଇ ସିବିଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦିଲ୍ଲୀ-ଏନସିଆର ଓ ହରିଅଣାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ।

ଗତମାସରେ ସିବିଏସଇ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ ଦୁଇ ଜଣ ଶିକ୍ଷକ ଓ ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ସିବିଏସଇ  ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ଏପ୍ରିଲ୨୫ରେ ଆଉ ଥରେ ହେବ ବୋଲି ଘୋଷଣା କରାଯାଇଛି।