ସୀମାରେ  ଗୁଳି ବର୍ଷା :୨ ଭାରତୀୟ ଯବାନ ସହିଦ୍‌, ଜୁନ୍‌ରେ ୨୩ ଥର ସିଜ୍‌ ଫାୟାର ଉଲ୍ଲଂଘନ କଲାଣି ପାକ୍‌

ନୂଆଦିଲ୍ଲୀ: ସୀମାରେ  ଗୁଳି ବର୍ଷା। ପୁଣି ଅସ୍ତ୍ରବିରଥି ଉଲ୍ଲଂଘନ କଲା ପାକିସ୍ତାନ। ପାକ୍‌ ଆତଙ୍କବାଦୀଙ୍କ ଗୁଳିରେ ୨ ଭାରତୀୟ ସୈନ୍ୟ ସହିଦ୍‌ ହୋଇଛନ୍ତି। ଉତ୍ତର କଶ୍ମୀରିର କୁପାୱାରା ଜିଲ୍ଲା ଏଲଓସିର କିରନ ସେକ୍ଟରରେ  ବୁଧବାର ଏହି ଘଟଣା ଘଟିଛି। ଭାରତୀୟ ଯବାନ ପକ୍ଷରୁ ୩ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାବାଦୀଙ୍କୁ ନିହତ କରିବା ପରେ  ପାକ୍ ପକ୍ଷରୁ ଏଭଳିକାଣ୍ଡ ଘଟାଯାଇଛି। ତଥାପି ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତୀୟ ଯବାନ ପକ୍ଷରୁ  ଜୋରଦାର ଉଦ୍ୟମ ହୋଇଛି।  ଏହି ୩ ଜଣ ଆତଙ୍କବାଦୀଙ୍କ ବୁଧବାର ଦିନ ହିଁ ମୃତ୍ୟୁ ଘଟିଥିଲା। ଜୁନ୍‌ ମାସରେ ୨୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି ପାକିସ୍ତାନ। ଏଥିରେ ୩ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।