ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: କ୍ରିଷ୍ଣା ଘାଟିରେ ହେବି ଫାୟରିଂ, ଜଣେ ଭାରତୀୟ ଯବାନ ଆହତ

ଶ୍ରୀନଗର: ସୀମାରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସୋମବାର ବିଳମ୍ବିତ ରାତିରୁ ପାକିସ୍ତାନ ସେନା ପକ୍ଷରୁ କୃଷ୍ଣା ଘାଟିରେ ଫାୟରିଂ କରାଯାଉଛି। ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି।

ଗତକାଲି ସକାଳେ ମଧ୍ୟ ପାକିସ୍ତାନ ପଟୁ ନୌଶେରା ସେକ୍ଟର ଓ କୃଷ୍ଣା ଘାଟିରେ ଫାୟରିଂ କରାଯାଇଥିଲା। ଗୋଟିଏ ପଟେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ଉପରେ ଆରୋପ ଲଗାଇଛି। ଭାରତୀୟ ସେନାର ଗୁଳି ମାଡରେ ପାକିସ୍ତାନର ଦୁଇଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଆରୋପ ଲଗାଇ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ପକ୍ଷରୁ କୈଫତ ତଲବ କରାଯାଇଛି।

ଗତ କିଛିଦିନ ମଧ୍ୟରେ ପାକିସ୍ତାନ ପଟୁ ୬ ଥର ଅସ୍ତ୍ରବିରତି ଆଇନକୁ ଉଲ୍ଲଂଘନ କରାଯାଇଛି। କେବଳ ଫାୟରିଂ କରାଯାଉନାହିଁ। ପାକିସ୍ତାନୀ ସେନା ମୋଟର ମାଡ଼ ମଧ୍ୟ କରୁଛନ୍ତି।