ଯବାନଙ୍କୁ ଏମିତି ସମ୍ମାନ ଦେଲେ କେନ୍ଦ୍ର ମନ୍ତ୍ରୀ, ସମସ୍ତେ ପ୍ରଶଂସା କଲେ

ନୂଆଦିଲ୍ଲୀ: ଗତକାଲି ଦେଶ ପାଳିଥିଲା ୬୯ତମ ସାଧାରଣତନ୍ତ୍ର ଦିବସ। ଗାଁଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତେ ପାଳିଥିଲେ ଏହି ଦିବସକୁ। କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଧନ ମଧ୍ୟ ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆର୍‌ପିଏଫ୍ ଯବାନମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।

jawannପତାକା ଉତ୍ତୋଳନ ପରେ ଏହି ଯବାନମାନଙ୍କୁ ମନ୍ତ୍ରୀ ତାଙ୍କ ଘର ଭିତରକୁ ଡାକି ନେଇଥିଲେ। ସମସ୍ତଙ୍କ ସହ ହାତ ମିଳାଇ ଶୁଭକାମନା ଜଣାଇଥିଲେ। ତା’ ସହିତ ସେ ସେମାନଙ୍କୁ ଜଳଖିଆ ଖାଇବାକୁ ଦେଇଥିଲେ। ମନ୍ତ୍ରୀ ନିଜେ ସେମାନଙ୍କୁ ଜଳଖିଆ ପରସି ଦେଇଥିଲେ। ଏହାର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଫଟୋଟିକୁ ଦେଖି ସମସ୍ତେ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଯବାନମାନଙ୍କୁ ସେ ଉଚିତ ସମ୍ମାନ ଦେଇଛନ୍ତି ବୋଲି ସମସ୍ତେ କହୁଛନ୍ତି। ଏହି ଫଟୋ ଦେଖି ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଲେଖିଛନ୍ତି ଯେ ଜଣେ ନେତା ଯେତେବେଳେ ନିଜକୁ ମାଲିକ ବଦଳରେ ସେବକ ଭାବେ ଉପସ୍ଥାପନ କରିବ, ତା’ହେଲେ ବୁଝିବେ ଦେଶ ବଦଳିବ।
harsସୂଚନାଯୋଗ୍ୟ, ଡାକ୍ତର ହର୍ଷ ବର୍ଧନ ଏବେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରୀ ଅଛନ୍ତି।