୨୫୭ ନାଗରିକଙ୍କୁ ସୁରକ୍ଷା ଯୋଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ସରକାର ୨୫୭ ଜଣ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ ଏହି ତଥ୍ୟ ଉପସ୍ଥାପନ କରିଥିଲେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀ।

ବିଭିନ୍ନ ବର୍ଗରେ କେନ୍ଦ୍ର ସରକାର ଏହି ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ବହୁ ଭିଭିଆଇପି, କେନ୍ଦ୍ର କ୍ୟାବିନେଟ ଓ କେନ୍ଦ୍ରମନ୍ତ୍ରୀ। ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥାରେ ୩୪ ଜଣ, ଜେଡ୍ ସୁରକ୍ଷା ବ୍ୟବସ୍ଥାରେ ୬୬, ୱାଇ ସୁରକ୍ଷା ବ୍ୟବସ୍ଥାରେ ୧୦୯ ଓ ଏକ୍ସ ସୁରକ୍ଷା ବ୍ୟବସ୍ଥାରେ ୪୮ ଜଣ ନାଗରିକଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି।