ଭାରତୀୟ ବଜାରରେ ଚାଇନା ମୋବାଇଲ୍‌ର କବ୍‌ଜା: ବନ୍ଦ ହେବାକୁ ଯାଉଛି ସ୍ୱଦେଶୀ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏବେ ଚାଇନା ପ୍ରଡକ୍ଟର କବ୍‌ଜା। ଯେଉଁଥିରେ ସବୁଠୁ ଆଗରେ ରହିଛି ମୋବାଇଲ୍‌ ବ୍ୟବସାୟ। ଭାରତୀୟ ମୋବାଇଲ୍‌ ବଜାରରେ ଚାଇନାର ୪୯ ପ୍ରତିଶତ ମୋବାଇଲ ଏବେ ଉପଲବ୍ଧ। ଯେଉଁଥିରେ ଚାଇନା କମ୍ପାନୀର ରେଭିନ୍ୟୁ  ୧୮୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡିଛି। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ଚାଇନା କମ୍ପାନୀର ଯେଉଁଭଳି ବ୍ୟବସାୟ ହୋଇଛି ତାହା ଗତ ବର୍ଷ ତୁଳନାରେ ଅନେକ ମାତ୍ରାରେ ଅଧିକ ବ୍ୟବସାୟ ହୋଇଥିବା ଥିବା ଜଣାପଡିଛି। ଆଇଡିସି ରିପୋର୍ଟରୁ ଜଣାପଡିଛି ଯେ ଯେଉଁଭଳି ଚାଇନା ମୋବାଇଲର ବିକ୍ରି ଭାରତୀୟ ବଜାରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏହାଫଳରେ ଖୁବଶ୍ରୀଘ୍ର ଭାରତୀୟ ମୋବାଇଲ ବ୍ୟବସାୟ ସମ୍ଫୁର୍ଣ୍ଣ ଭାବେ ସଫା ହୋଇଯିବ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ ଚାଇନା ମୋବାଇଲର ପ୍ରଭାବରେ ଏପର୍ଯ୍ୟନ୍ତ ଭାରତୀୟ ମୋବାଇଲ ବ୍ୟବସାୟ ମାତ୍ର ୩ଲକ୍ଷ ୪୬ ମିଲିୟନ ହୋଇଛି ଯାହା ଗତ ବର୍ଷ ଅପେକ୍ଷା ୮ ପ୍ରତିଶତ କମ। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ଟପ୍‌-୫ ସର୍ବାଧିକ ବିକ୍ରି ହେଉଥିବା ମୋବାଇଲ କମ୍ପାନୀ ଭିତରେ ୪ଟି ମୋବାଇଲ୍‌ ଚାଇନା କମ୍ପାନୀର।

News Picture Courtesy – aajtak