ଅକ୍ସଫୋର୍ଡ ଡିକ୍ସନାରୀରେ ସାମିଲ ହେଲା ଚଣା ଓ ଚଣା ଡାଲି

ନୂଆଦିଲ୍ଲୀ: ଚଣା ଓ ଚଣା ଡାଲି ଆମ ଦେଶର ଏକ ପ୍ରମୁଖ ଖାଦ୍ୟ। ତେବେ ଏହି ଦୁଇଟି ଖାଦ୍ୟର ନାଁ ଏବେ ଅକ୍ସଫୋର୍ଡ ଇଂରାଜୀ ଡିକ୍ସନାରୀରେ ସ୍ଥାନିତ ହୋଇଛି। ଆପଣ ଏବେ ଇଂରାଜୀରେ ଲେଖାଲେଖି କଲା ବେଳେ ଚନା (chana) ଓ ଚନା ଡାଲ୍‌ (chana dal) ବୋଲି ଲେଖି ପାରିବେ। ଏହା ଭୁଲ୍ ହେବ ନାହିଁ।

ଚଣାକୁ ଆମେ ଇଂରାଜୀରେ ଚିକ୍‌ପିଜ୍‌ (cheakpeas) ଓ ଚଣା ଡାଲିକୁ ସ୍ପ୍ଲିଟ୍ ଚିକ୍‌ପି ଲେଣ୍ଟିଲ୍‌ସ (split chickpea lentils) କହୁଥିଲୁ। ଏବେ କିନ୍ତୁ ଇଂରାଜୀରେ କହିବା ଓ ଲେଖିବା ବେଳେ ଆମେ ଏହାକୁ ଚନା ଓ ଚନା ଡାଲ୍ ଭାବେ ବ୍ୟବହାର କରି ପାରିବା।

ସୂଚନାଯୋଗ୍ୟ, ବ୍ୟାପକ ଭାବେ ବ୍ୟବହୃତ ଅନ୍ୟ ଭାଷାଭାଷୀ ଶବ୍ଦ ଗୁଡ଼ିକୁ ଅକ୍ସଫୋର୍ଡ ଇଂରାଜୀ ଡିକ୍ସନାରୀ ଆପଣାଇଥାଏ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌