ରେଲୱେ ଷ୍ଟେସନରେ ଅଭିନବ ବ୍ୟବସ୍ଥା : ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକ ପାଇଁ ହେବ ଚାର୍ଜିଂ ପଏଣ୍ଟ !

ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳ ବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ  ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ନେଇ ରେଲୱେ ଷ୍ଟେସନର ପାର୍କିଂ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନା କରାଯିବ ।

ପ୍ରାରମ୍ଭିକ ଭାବେ ଏହି ଯୋଜନା ଦିଲ୍ଲୀ  ଓ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ସ୍ଥାନ ବି ବଛା ସରିଛି । ରେଲୱେ ବିଭାଗର ସୂଚନା ଅନୁସାରେ , ଇ-ଭାଇକିଲ୍ସ ସହ ଜଡ଼ିତ ଅନ୍ୟସବୁ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି ।

ରେଳ ବିଭାଗର ଯୋଜନା ଅନୁସାରେ , ଏହି ଦୁଇ ଷ୍ଟେସନରେ ୫ଟି ଫାଷ୍ଟ ଚାର୍ଜିଂ ଡିସି ପଏଣ୍ଟମାନ ସ୍ଥାପନା କରାଯିବ, ଯାହାକି ଏକା ସାଥିରେ ୫ଟି କାର୍‌କୁ ଚାର୍ଜିଂ କରିପାରିବ । ଏକ ଏସି ଚାର୍ଜର ଇଲେକ୍ଟ୍ରିକ୍ ଭାଇକିଲ୍‌କୁ ଚାର୍ଜ କରିବାରେ ୬ଘଣ୍ଟା ସମୟ ଲାଗିଥାଏ , ଯେତେବେଳେ କି ଡିସି  ଚାର୍ଜର ପୁରା ଚାର୍ଜ ପାଇଁ ପାଖାପାଖି ୪୦ ମିନିଟ୍‌ରୁ ୧ଘଣ୍ଟା ସମୟ ନେଇଥାଏ ।