ଛାତ୍ରଙ୍କ ପାଇଁ ମୋଦିଙ୍କ ସ୍ଲୋଗାନ- ‘ସ୍ମାଇଲ ମୋର, ସ୍କୋର ମୋର’

ନୂଆଦିଲ୍ଲୀ: ପରୀକ୍ଷାକୁ ବୋଝ ଭାବେ ନ ଭାବି ଏକ ଉତ୍ସବ ଭାବେ ଗ୍ରହଣ କର। ଏହାଦ୍ୱାରା ଚାପ କମିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଆଜି ଛାତ୍ରଛାତ୍ରୀଙ୍କୁ ମୋଦି ଏହି ମନ୍ତ୍ର ଦେଇଛନ୍ତି । ଏଥିସହ ପରୀକ୍ଷା ସମୟରେ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ‘ସ୍ମାଇଲ ମୋର, ସ୍କୋର ମୋର’ର ସ୍ଲୋଗାନ ଦେଇଛନ୍ତି।

ଛାତ୍ରଛାତ୍ରୀ ଯେତେ ଖୁସି ରହିବେ  ପରୀକ୍ଷାରେ ସେତେ  ଭଲ କରିପାରିବେ। ଚାପମୁକ୍ତ ରହିଲେ ସମସ୍ୟା କମିବ। ଭଲ ମାର୍କସିଟ୍‌ ପାଇଁ ମନ ଖୁସି ରହିବା ଜରୁରୀ। ନିଜକୁ ନିଜ ପ୍ରତିଦ୍ୱନ୍ଦୀ ଭାବିଲେ ସଫଳତା ଆପଣାଛାଏଁ ମିଳବ ବୋଲି ମୋଦି କହିଛନ୍ତି। ସ୍ୱର୍ଗତ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଓ ସଚିନ ତେନ୍ଦୁଲକର ଏହାର ଉଦାହରଣ ବୋଲି  ସେ  କହିଛନ୍ତି।

ମାର୍ଚ୍ଚ ୮ ତାରିଖରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାରୁ ‘ମନ୍‌ ବି ବାତ୍’ କାର୍ଯ୍ୟ ବାତିଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି ଉଠାଇଥିଲେ। ତେବେ ନିର୍ବାଚନ କମିଶନ  ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ କରିବାକୁ ଅନୁମତି ନେଇଥିଲେ।