ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ସେନାଧିକାରୀ ଶହୀଦ

କୋଲକାତା: ପଶ୍ଚିମବଙ୍ଗର ସୁକ୍‌ନା ଅଞ୍ଚଳରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣ ଆର୍ମି ଅଫିସର ଶହୀଦ୍ ହୋଇଥିବା ବେଳେ ଜଣେ ଜୁନିୟର କମିଶନ୍‌ଡ୍‌ ଅଫିସର (ଜେସିଓ) ଗୁରୁତର ଆହତ ହୋଇଛନ୍ତି। ତେବେ ସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।