ଚେଲସାଙ୍କ ଦଣ୍ଡାଦେଶ କମାଇଲେ ଓବାମା

ୱାସିଂଟନ୍‌: ଆମେରିକାର ଗୋପନୀୟ ତଥ୍ୟ ଏବଂ ଦସ୍ତାବିଜ୍‌କୁ ୱିକିଲିକ୍ସକୁ ଦେବା ମାମଲାରେ ୩୫ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ଚେଲସା ମାନିଙ୍ଗଙ୍କ ଦଣ୍ଡ କମାଇ ଦେଇଛନ୍ତି ରାଷ୍ଟ୍ରପତି ବାରାକ୍‌ ଓବାମା। ଏହି ଦଣ୍ଡାଦେଶ କମିବା ପରେ ତିନି ଦଶନ୍ଧୀରୁ ଅଧିକ ଜେଲରେ ରହିବାକୁ ଥିବା ଚେଲସା ଆସନ୍ତା ମେ୧୭ ତାରିଖରେ ମୁକ୍ତି ପାଇବେ।

ସୈନିକ ଭାବେ କାମ କରୁଥିବା ମାନିଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଅଗଷ୍ଟ ୨୦୧୩ ରୁ ଜେଲରେ ବନ୍ଦୀ ଜୀବନଯାପନ କରୁଛନ୍ତି। ଗତବର୍ଷ ସେ ଦୁଇଥର ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା ମଧ୍ୟ କରିସାରିଛନ୍ତି।

ୱିକିଲିକ୍ସର କହିବାନୁଯାୟୀ, ରାଷ୍ଟ୍ରପତି ଓବାମା ସେନାର ପୂର୍ବ ଗୁଇନ୍ଦା ବିଶେଷଜ୍ଞଙ୍କ ଦଣ୍ଡାଦେଶ କମ୍‌ କରି ତାଙ୍କ ଜୀବନ ରକ୍ଷା କରିଛନ୍ତି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ମେନିଙ୍ଗଙ୍କ ଜୀବନରେ ଘଟି ଯାଇଥିବା କ୍ଷତିର ପୂରଣ କରିପାରିବ ନାହିଁ।

ଚେଲସା ମାନିଙ୍ଗ ଅବୈଧ ଉପାୟରେ ଗୋପନୀୟ ତଥ୍ୟ ହାତେଇ ତାହାକୁ ୱିକିଲିକ୍ସକୁ ଦେବା କାରଣରୁ ତାଙ୍କୁ ୩୫ବର୍ଷ ଜେଲରେ ବନ୍ଦୀ ଜୀବନର ଦଣ୍ଡାଦେଶ ଶୁଣାଯାଇଥିଲା।