ଚେନ୍ନାଇ-ମାଙ୍ଗାଲୋର ଏକ୍ସପ୍ରେସ୍ ଲାଇନଚ୍ୟୁତ, ୩୯ ଆହତ

derailtrainଚେନ୍ନାଇ: ତାମିଲନାଡୁର ବୃଦ୍ଧାଚଲମ୍ ନିକଟସ୍ଥ ପୁଭନୁରଠାରେ ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ଚେନ୍ନାଇ-ମାଙ୍ଗାଲୋର ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନଟିର ତିନିଟି ଡବା ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ ଜଣାପଡ଼ିନାହିଁ।

ଏହା ପୂର୍ବରୁ ଗୁରୁବାର ଜୟପୁର ଜଙ୍ଗସନରେ ଜୟପୁର-ଚେନ୍ନାଇ ଏକ୍ସପ୍ରେସର ଇଞ୍ଜିନ୍ ଓ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନଟିର ବେଗ ବହୁତ କମ୍ ଥିଲା। ତେଣୁ କୌଣସି ଯାତ୍ରୀ ଆହତ ହୋଇ ନଥିଲେ।