ଆଜିଠୁ ନୀରବି ଗଲା ଚେନ୍ନାଇ ବିମାନ ବନ୍ଦର…କାରଣ କଣ ??

ଚେନ୍ନାଇ: ଆଜିଠୁ ନୀରବି ଯାଇଛି ଚେନ୍ନାଇ ଏୟାରପୋର୍ଟ। ଡୋମେଷ୍ଟିକ୍ ଟର୍ମିନାଲ୍‌ରେ କୌଣସି ପ୍ରଚାର କରାଯିବ ନାହିଁ। ଯାତ୍ରୀମାନଙ୍କ ପାଖରେ ବିମାନ ଚଳାଚଳ ସଂପର୍କିତ ଖବର ଏସ୍ଏମ୍ଏସ୍ ଜରିଆରେ ଦିଆଯିବ। ଅଯଥା କୋଳାହଳକୁ ବନ୍ଦ କରିବା ସହ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ ବିମାନ ବନ୍ଦରଗୁଡିକରେ ମାଇକ୍ ଦ୍ୱାରା କୌଣସି ପ୍ରଚାର କରାଯାଇ ନଥାଏ। ଠିକ୍ ସେହିଭଳି ଚେନ୍ନାଇ ଏୟାରପୋର୍ଟକୁ ସାଇଲେଣ୍ଟ ଏୟାରପୋର୍ଟ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଦିଲ୍ଲୀ, ମୁମ୍ୱାଇ, ବାଙ୍ଗୁଲୁର ଓ ହାଇଦ୍ରାବାଦ ଅନେକ ଦିନ ଆଗରୁ ଏଭଳି ବ୍ୟବସ୍ଥା ରହିଛି। ଏୟାରଲାଇନ୍ସ କର୍ତ୍ତୃପକ୍ଷ ନିଜ ଯାତ୍ରୀଙ୍କୁ ଏସ୍ଏମ୍ଏସ୍ ଜରିଆରେ ଯାତ୍ରା ସଂପର୍କିତ ସମସ୍ତ ସୂଚନା ଦେଇଥାନ୍ତି।