ଛତିଶଗଡ଼ରେ ବଡ଼ ଧରଣର ଅପରେସନ୍; ୧୨ ମାଓବାଦୀ ନିହତ ଆଶଙ୍କା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମଙ୍ଗଳବାର ହୋଇଥିବା ବଡ଼ ଧରଣର ମାଓ ଅପରେସନରେ ୧୨ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ ସନ୍ଦେହ କରୁଛି। ବସ୍ତର ଆଇଜି ଏହି ସୂଚନା ଦେଇଛନ୍ତି।  ତେବେ ଏପର୍ଯ୍ୟନ୍ତ ନିହତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇ ପାରିନଥିବାରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଗତକାଲି ସୁକମା ଜିଲ୍ଲାର କିଷ୍ଟାରାମ ଥାନା ଅନ୍ତର୍ଗତ ତେତେମାଡୁ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏଥିରେ ୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଜଙ୍ଗଲରେ ମାଓବାଦୀ ଶିବିର ଥିବା ଖବର ପାଇ ଗତକାଲି ସକାଳୁ ସିଆରପିଏଫ ଏବଂ ଛତିଶଗଡ ପୋଲିସ ମିଳିତ ଅପରେସନରେ ଯାଇଥିବା ବେଳେ ମାଓବାଦୀଙ୍କ ଆମ୍ବୁସର ଶିକାର ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ଆହତ ୫ ଜଣ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସେହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।