ଛତିଶଗଡ଼: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ୩ଟି ବନ୍ଧୁକ ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଦାନ୍ତେୱାଡା ଏସପି କାମଲୋଚନ କଶ୍ୟପ କହିଛନ୍ତି, କାଟେକଲ୍ୟାଣ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ପୋଲିସ୍ (ଡିଆରଜି) ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ଲଖପଲ ଓ ତୁରେମ୍ପରା ଗାଁ ମଧ୍ୟରେ ଆତଙ୍କବାଦୀଙ୍କୁ ଠାବ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଖସି ପଳାଇବା ସକ୍ଷମ ହୋଇଥିଲେ। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବହୁ ବିସ୍ଫୋରକ ଜବତ କରାଯାଇଛି।