୪ ମାଓବାଦୀ ମୃତ, ଜଣେ ଯବାନ୍‌ ଶହୀଦ୍‌

ରାୟପୁର: ଛତିଶଗଡ଼ରେ ଆଜି ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ୪ ମାଓବାଦୀଙ୍କ ମୃତ୍ୟୁ ହେବା ସହ ଜଣେ ଯବାନ ଶହୀଦ୍‌ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଇରପାନା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି। ଏହି ଜଙ୍ଗଲରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି।